Bible 2 India Mobile
[VER] : [ODIYA]     [PL]  [PB] 
 <<  Joshua 19 >> 

1ଅନନ୍ତର ଶିମୀୟୋନର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା ।

2ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେରଶେବା ବା ଶେବା ଓ ମୋଲାଦା

3ଓ ହତ୍‍ସରଶୀୟାଲ ଓ ବାଲା ଓ ଏତ୍‍ସମ୍‍

4ଓ ଇଲତୋଲଦ୍‍ ଓ ବଥୁଲ ଓ ହର୍ମା

5ଓ ସିକ୍‍ଲଗ୍‍ ଓ ବୈଥ୍‍-ମର୍କାବୋତ୍‍ ଓ ହତ୍‍ସରସୂଷୀମ୍‍

6ଓ ବୈଥ୍‍ଲବାୟୋତ୍‍ ଓ ଶାରୁହନ୍‍; ଗ୍ରାମ ସମେତ ଏହି ତେର ନଗର ।

7ଐନ୍‍ ଓ ରିମ୍ମୋନ୍‍ ଓ ଏଥର ଓ ଆଶନ୍‍; ଗ୍ରାମ ସମେତ ଏହି ଚାରି ନଗର

8ଓ ବାଲତ୍‍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍‍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ । ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା ।

9ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ ।

10ଅନନ୍ତର ସବୂଲୂନ୍‍-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା ।

11ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍‍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା ।

12ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍‍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତରେ ବାହାରି ଯାଫୀୟକୁ ଉଠିଗଲା ।

13ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗାତ୍‍-ହେଫର ଦେଇ ଏତ୍‍କାତ୍‍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋଣକୁ ଗଲା ।

14ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା ।

15ପୁଣି କଟତ୍‍ ଓ ନହଲୋଲ ଓ ଶିମ୍ରୋଣ ଓ ଯିଦାଲା ଓ ବୈଥ୍‍ଲେହିମ; ଗ୍ରାମ ସମେତ ଏହି ବାର ନଗର ।

16ଗ୍ରାମ ସମେତ ଏସବୁ ନଗର ସବୂଲୂନ୍‍-ସନ୍ତାନମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା ।

17ଅନନ୍ତର ଇଷାଖରର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା ।

18ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ସୁନେମ

19ଓ ହଫାରୟିମ୍‍ ଓ ଶୀୟୋନ ଓ ଅନହରତ୍‍

20ଓ ରାବ୍ବୀତ୍‍ ଓ କିଶୀୟୋନ୍‍ ଓ ଏବସ

21ଓ ରେମତ୍‍ ଓ ଐନ୍‍-ଗନ୍ନୀମ୍‍ ଓ ଐନ୍‍-ହଦ୍ଦା ଓ ବୈଥ୍‍-ପତ୍‍ସେସ ପର୍ଯ୍ୟନ୍ତ ଗଲା ।

22ପୁଣି ସେ ସୀମା ତାବୋର ଓ ଶହତ୍‍ସୀମ୍‍ ଓ ବୈଥ୍‍ଶେମଶ୍‍ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର ।

23ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା ।

24ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା ।

25ଆଉ ସେମାନଙ୍କର ସୀମା ହିଲକତ୍‍ ଓ ହଲୀ ଓ ବେଟନ ଓ ଅକ୍‍ଷଫ

26ଓ ଅଲମେଲକ୍‍ ଓ ଅମୀୟାଦ୍‍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍‍ନତ ପର୍ଯ୍ୟନ୍ତ ଗଲା ।

27ପୁଣି ସୂର୍ଯ୍ୟୋଦୟ ଦିଗରେ ବୈଥ୍‍-ଦାଗୁନ୍‍ ଆଡ଼େ ବୁଲି ବୈଥ୍‍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନ୍‍ସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ

28ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;

29ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀରବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକ୍‍ଷୀବ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା ।

30ମଧ୍ୟ ଉମ୍ମା ଓ ଅଫେକ୍‍ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା ।

31ଆପଣା ଆପଣା ବଂଶାନୁସାରେ ଆଶେର- ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା ।

32ଅନନ୍ତର ନପ୍ତାଲିର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା ।

33ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍‍, ସାନନ୍ନୀମ ନିକଟସ୍ଥ ଆଲୋନଠାରୁ ଅଦାମୀ ନେକ୍‍ବ ଓ ଯବ୍‍ନୀୟେଲ ଦେଇ ଲକ୍‍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା ।

34ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍‍ନୋତ୍‍-ତାବୋରକୁ ଗଲା ଓ ସେଠାରୁ ହୁକ୍‍କୋକ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ୍‍ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା ।

35ପୁଣି ସବୀମ ଓ ସେର ଓ ହମ୍ମତ୍‍, ରକ୍‍କତ୍‍ ଓ କିନ୍ନେରତ୍‍

36ଓ ଆଦାମା ଓ ରାମା ଓ ହାତ୍‍ସୋର

37ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାତ୍‍ସୋର

38ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବୈଥଂନାତ୍‍ ଓ ବୈଥ୍‍ଶେମଶ୍‍; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର ।

39ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ।

40ଏଉତ୍ତାରେ ଦାନ୍‍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା ।

41ସେମାନଙ୍କ ଅଧିକାରର ସୀମା ସରୀୟ ଓ ଇଷ୍ଟାୟୋଲ ଓ ଇରଶେମଶ୍‍

42ଓ ଶାଲବୀମ୍‍ ଓ ଅୟାଲୋନ୍‍ ଓ ଯିତ୍‍ଲା

43ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ

44ଓ ଇଲତ୍‍କୀ ଓ ଗିବୋଥୋନ ଓ ବାଲତ୍‍

45ଓ ଯିହୂଦ୍‍ ଓ ବନେବରକ୍‍ ଓ ଗାଥ-ରିମ୍ମୋନ୍‍

46ଓ ମେୟକୋନ୍‍ ଓ ରକ୍‍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ ।

47ମାତ୍ର ଦାନ୍‍-ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍‍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ଼୍‍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍‍ର ନାମାନୁସାରେ ଲେଶମର ନାମ ଦାନ୍‍ ରଖିଲେ ।

48ଆପଣା ଆପଣା ବଂଶାନୁସାରେ ଦାନ୍‍ ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,

49ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ ।

50ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ ପର୍ବତମୟ ଦେଶରେ ତିମ୍ନାତ୍‍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ ।

51ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ- ତମ୍ବୁଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟି ଦେଲେ । ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ ।


  Share Facebook  |  Share Twitter

 <<  Joshua 19 >> 


Bible2india.com
© 2010-2024
Help
Dual Panel

Laporan Masalah/Saran