Bible 2 India Mobile
[VER] : [ODIYA]     [PL]  [PB] 
 <<  Joshua 15 >> 

1ଯିହୁଦା-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଇଦୋମ ସୀମା ପାଶ୍ୱର୍ସ୍ଥ ସିନ୍‍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତଭାଗରେ ଥିଲା ।

2ପୁଣି ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତଭାଗ, ଅର୍ଥାତ୍‍, ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ

3ଦକ୍ଷିଣ ଦିଗରେ ଅକ୍ରବ୍ବୀମ ଘାଟୀ ଦେଇ ସିନ୍‍ ପର୍ଯ୍ୟନ୍ତ ଗଲା, ପୁଣି ଦକ୍ଷିଣରେ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା; ତହୁଁ ହିଷ୍ରୋଣ ଦେଇ ଯାଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା ।

4ଏଉତ୍ତାରେ ଅସ୍‍ମୋନକୁ ଯାଇ ମିସର ନଦୀ ପାଖେ ପାଖେ ବାହାରିଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା; ଏହା ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ ।

5ପୁଣି ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା । ପୁଣି ଉତ୍ତର ସୀମା ଯର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତଠାରୁ ଥିଲା

6ଓ ସେହି ସୀମା ବୈଥଗ୍ଲା ପର୍ଯ୍ୟନ୍ତ ଉଠି ବୈଥ୍‍ଅରାବାର ଉତ୍ତର ଦେଇ ଗଲା; ତହୁଁ ସେ ସୀମା ରୁବେନ୍‍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା ।

7ଏଉତ୍ତାରେ ସେହି ସୀମା ଆଖୋର୍‍ ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା; ଏରୂପେ ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍‍ ଘାଟୀ ସମ୍ମୁଖସ୍ଥ ଗିଲ୍‍ଗଲ୍‍ ଆଡ଼କୁ ମୁଖ କରି ଉତ୍ତର ଦିଗକୁ ଗଲା ଓ ଐନ୍‍-ଶେମଶ୍‍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ପ୍ରାନ୍ତଭାଗ ଐନ୍‍-ରୋଗେଲ୍‍ ନିକଟରେ ଥିଲା ।

8ସେ ସୀମା ହିନ୍ନୋମ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ଆଡ଼କୁ ଗଲା, ଏହାକୁ ଯିରୂଶାଲମ କହନ୍ତି; ଏଉତ୍ତାରେ ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ସମ୍ମୁଖରେ ରଫାୟିମ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତଶୃଙ୍ଗ ପର୍ଯ୍ୟନ୍ତ ଗଲା ।

9ଏଉତ୍ତାରେ ସେହି ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳନିର୍ଝର ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା; ପୁଣି ସେ ସୀମା କିରୀୟାଥ୍‍ ଯିୟାରୀମ୍‍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା ।

10ତହୁଁ ସେ ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ ନାମରେ ପ୍ରସିଦ୍ଧ ଯିୟାରୀମ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ତହୁଁ ତାହା ବୈଥ୍‍ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଗଲା ।

11ପୁଣି ସେ ସୀମା ଇକ୍ରୋଣର ଉତ୍ତରପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ତହୁଁ ସେ ସୀମା ଶକ୍‍କେରୋନ୍‍ ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ବାଲା ପର୍ବତରେ ପଡ଼ି ଯବ୍‍ନିୟେଲକୁ ଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା ।

12ପୁଣି ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା; ଆପଣା ଆପଣା ବଂଶାନୁସାରେ ଯିହୁଦା ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହି ।

13ଅନନ୍ତର ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଯିହୁଦା-ସନ୍ତାନଗଣ ମଧ୍ୟରେ ଯିଫୁନ୍ନିର ପୁତ୍ର କାଲେବ୍‍ଙ୍କର ଭାଗ ନିମନ୍ତେ ହିବ୍ରୋଣ ନାମରେ ପ୍ରସିଦ୍ଧ କିରୀୟଥର୍ବ ଦେଲେ, ଅର୍ବ ଅନାକର ପିତା ଥିଲା ।

14ପୁଣି କାଲେବ୍‍ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍‍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ ।

15ଏଉତ୍ତାରେ ସେଠାରୁ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଗମନ କଲେ; ପୂର୍ବକାଳରେ ସେହି ଦବୀର କିରୀୟଥ୍‍-ସେଫର ନାମରେ ବିଖ୍ୟାତ ଥିଲା ।

16ସେହି ସମୟରେ କାଲେବ୍‍ କହିଲେ, ଯେଉଁ ଜନ କିରୀୟଥ୍‍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍‍ଷାର ବିବାହ ଦେବି ।

17ତହିଁରେ କାଲେବ୍‍ର ଭ୍ରାତା କନସର ପୁତ୍ର ଅତ୍ନୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍‍ଷାର ବିବାହ ଦେଲେ ।

18ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍‍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ?

19ତହୁଁ ସେ କହିଲା, ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ । ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ ।

20ଯିହୁଦା-ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର ।

21ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଯିହୁଦା ସନ୍ତାନମାନଙ୍କ ବଂଶର ପ୍ରାନ୍ତଭାଗସ୍ଥ ଏସବୁ ନଗର ଥିଲା, କବସେଲ ଓ ଏଦର ଓ ଯାଗୁର

22ଓ କୀନା ଓ ଦୀମୋନା ଓ ଅଦାଦା

23ଓ କେଦଶ୍‍ ଓ ହାତ୍‍ସୋର ଓ ଯିତ୍ନନ୍;

24ସୀଫ୍‍ ଓ ଟେଲମ୍‍ ଓ ବାଲୋତ୍‍

25ଓ ହାତ୍‍ସୋର-ହଦତ୍ତା ଓ କରିୟୋଥ୍‍-ହିଷ୍ରୋଣ (ଅବା ହାତ୍‍ସୋର;)

26ଅମାମ୍‍ ଓ ଶମା ଓ ମେଲାଦା

27ଓ ହତ୍‍ସର-ଗଦ୍ଦା ଓ ହିଷ୍‍ମୋନ୍‍ ଓ ବୈଥ୍‍ପେଲଟ

28ଓ ହତ୍‍ସର-ଶିୟାଲ ଓ ବେରଶେବା ଓ ବିଷିୟୋଥିୟା;

29ବାଲା ଓ ଇୟୀମ୍‍ ଓ ଏତ୍‍ସମ୍‍;

30ଇଲତୋଲଦ୍‍ ଓ କସୀଲ ଓ ହର୍ମା

31ଓ ସିକ୍‍ଲଗ୍‍ ଓ ମଦ୍‍ମନ୍ନା ଓ ସନ୍‍ସନ୍ନା

32ଓ ଲବାୟୋତ୍‍ ଓ ଶିଲହୀମ୍‍ ଓ ଐନ୍‍ ଓ ରିମ୍ମୋନ୍‍; ଗ୍ରାମ ସମେତ ସର୍ବସୁଦ୍ଧା ଊଣତିରିଶ ନଗର ।

33ତଳଭୂମିରେ ଇଷ୍ଟାୟୋଲ ଓ ସରୀୟ ଓ ଅସ୍‍ନା

34ଓ ସାନୋହ ଓ ଐନ୍‍ଗନ୍ନୀମ ଓ ତପୂହ ଓ ଐନମ୍‍;

35ଯର୍ମୂତ୍‍ ଓ ଅଦୁଲ୍ଲମ୍‍, ସୋଖୋ ଓ ଅସେକା

36ଓ ଶାରୟିମ୍‍ ଓ ଅଦୀଥୟିମ୍‍ ଓ ଗଦେରା ଓ ଗଦେରୋଥୟିମ୍‍; ଗ୍ରାମ ସମେତ ଏହି ଚଉଦ ନଗର ।

37ସନାନ୍‍ ଓ ହଦାଶା ଓ ମିଗ୍‍ଦଲଗାଦ

38ଓ ଦିଲୀୟନ୍‍ ଓ ମିସ୍‍ପୀ ଓ ଯକ୍ତେଲ;

39ଲାଖୀଶ୍‍ ଓ ବସ୍କତ୍‍ ଓ ଇଗ୍ଲୋନ୍‍;

40କେବ୍ବୋନ୍‍ ଓ ଲହମମ ଓ କିତୀଶ୍‍

41ଓ ଗଦେରୋତ୍‍, ବୈଥ୍‍-ଦାଗୋନ୍‍ ଓ ନୟମା ଓ ମକ୍‍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର ।

42ଲିବ୍‍ନା ଓ ଏଥର୍‍ ଓ ଅଶନ୍‍

43ଓ ଯିପ୍ତହ ଓ ଅସ୍‍ନା ଓ ନତ୍‍ସୀବ୍‍;

44କିୟୀଲା ଓ ଅକଷୀବ୍ ଓ ମାରେଶା; ଗ୍ରାମ ସମେତ ନଅ ନଗର ।

45ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;

46ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସଦୋଦ୍‍ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ ।

47ଅସଦୋଦ, ତହିଁର ଉପନଗର ଓ ଗ୍ରାମମାନ; ଘସା, ତହିଁର ଉପନଗର ଓ ଗ୍ରାମମାନ; ମିସର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ।

48ପର୍ବତମୟ ଦେଶରେ ଶାମୀର ଓ ଯତ୍ତୀର ଓ ସୋଖୋ;

49ପୁଣି ଦନ୍ନା ଓ କିରୀୟଥ୍‍-ସନ୍ନା (ଏହାକୁ ଦବୀର କହନ୍ତି)

50ଓ ଅନାବ୍‍ ଓ ଇଷ୍ଟିମୋୟ ଓ ଆନୀମ୍‍

51ଓ ଗୋଶନ୍‍ ଓ ହୋଲୋନ୍‍ ଓ ଗୀଲୋ; ଏହିସବୁ ଗ୍ରାମ ସମେତ ଏଗାର ନଗର ।

52ଅରାବ୍‍ ଓ ଦୂମା ଓ ଇଶୀୟନ୍‍

53ଓ ଯାନୁମ୍‍ ଓ ବୈତ୍ତପୂହ ଓ ଅଫେକା

54ଓ ହୁମ୍‍ଟା ଓ କିରୀୟଥର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର ।

55ମାୟୋନ୍‍, କର୍ମିଲ ଓ ସୀପ୍‍ ଓ ଯୁଟା

56ଓ ଯିଷ୍ରୀୟେଲ ଓ ଯଗ୍‍ଦୀୟାମ୍‍ ଓ ସାନୋହ;

57କୟିନ ଓ ଗିବୀୟା ଓ ତିମ୍ନା; ଏସବୁ ଗ୍ରାମ ସମେତ ଦଶ ନଗର ।

58ହଲହୁଲ ଓ ବୈଥ୍‍ସୁର ଓ ଗଦୋର

59ଓ ମାରତ୍‍ ଓ ବୈଥନୋତ୍‍ ଓ ଇଲ୍‍ତକୋନ; ଏସବୁ ଗ୍ରାମ ସମେତ ଛଅ ନଗର ।

60କିରୀୟଥ୍‍-ବାଲ (ଏହାକୁ କିରୀୟଥ୍‍-ଯିୟାରୀମ କହନ୍ତି) ଓ ରବ୍ବା; ଏଥିର ଗ୍ରାମ ସମେତ ଦୁଇ ନଗର ।

61ପ୍ରାନ୍ତରରେ ବୈଥ୍‍-ଅରାବା, ମିଦ୍ଦୀନ୍‍ ଓ ସକାଖା

62ଓ ନିବ୍‍ଶନ୍‍ ଓ ଲବଣ ନଗର ଓ ଐନ୍‍ଗଦୀ; ଏସବୁ ଗ୍ରାମ ସମେତ ଛଅ ନଗର ।

63ମାତ୍ର ଯିହୁଦା-ସନ୍ତାନଗଣ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ଏହେତୁ ଯିବୂଷୀୟମାନେ ଅଦ୍ୟାବଧି ଯିହୁଦା-ସନ୍ତାନଗଣ ସହିତ ଯିରୂଶାଲମରେ ବାସ କରୁଅଛନ୍ତି ।


  Share Facebook  |  Share Twitter

 <<  Joshua 15 >> 


Bible2india.com
© 2010-2024
Help
Dual Panel

Laporan Masalah/Saran