Bible 2 India Mobile
[VER] : [ODIYA]     [PL]  [PB] 
 <<  Ezra 2 >> 

1ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ; ବାବିଲର ରାଜା ନବୂଖଦ୍‍ନିତ୍ସର ଏମାନଙ୍କୁ ବାବିଲକୁ ନେଇ ଯାଇଥିଲେ ।

2ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍‍ଶନ୍‍, ମିସ୍ପର, ବିଗ୍‍ବୟ, ରହୂମ ଓ ବାନା ସଙ୍ଗେ ଫେରି ଆସିଲେ । ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା,

3ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ ।

4ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ ।

5ଆରହର ସନ୍ତାନ ସାତ ଶହ ପଞ୍ଚସ୍ତରି ଜଣ ।

6ଯେଶୂୟ ଓ ଯୋୟାବର ସନ୍ତାନମାନଙ୍କ ମଧ୍ୟରୁ ପହତ୍‍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ବାର ଜଣ ।

7ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ ।

8ସତ୍ତୂର ସନ୍ତାନ ନଅ ଶହ ପଞ୍ଚଚାଳିଶ ଜଣ ।

9ସକ୍‍କୟର ସନ୍ତାନ ସାତ ଶହ ଷାଠିଏ ଜଣ ।

10ବାନିର ସନ୍ତାନ ଛଅ ଶହ ବୟାଳିଶ ଜଣ ।

11ବେବୟର ସନ୍ତାନ ଛଅ ଶହ ତେଇଶ ଜଣ ।

12ଅସ୍‍ଗଦର ସନ୍ତାନ ଏକ ହଜାର ଦୁଇ ଶହ ବାଇଶ ଜଣ ।

13ଅଦୋନୀକାମର ସନ୍ତାନ ଛଅ ଶହ ଛଷଠି ଜଣ ।

14ବିଗ୍‍ବୟର ସନ୍ତାନ ଦୁଇ ହଜାର ଛପନ ଜଣ ।

15ଆଦୀନର ସନ୍ତାନ ଚାରି ଶହ ଚଉବନ ଜଣ ।

16ହିଜକୀୟର ବଂଶଜାତ ଆଟରର ସନ୍ତାନ ଅଠାନବେ ଜଣ ।

17ବେତ୍‍ସୟର ସନ୍ତାନ ତିନି ଶହ ତେଇଶ ଜଣ ।

18ଯୋରାହର ସନ୍ତାନ ଏକ ଶହ ବାର ଜଣ ।

19ହଶୂମର ସନ୍ତାନ ଦୁଇ ଶହ ତେଇଶ ଜଣ ।

20ଗିବ୍ବରର ସନ୍ତାନ ପଞ୍ଚାନବେ ଜଣ ।

21ବେଥଲିହିମର ସନ୍ତାନ ଏକ ଶହ ତେଇଶ ଜଣ ।

22ନଟୋଫାର ଲୋକ ଛପନ ଜଣ ।

23ଅନାଥୋତର ଲୋକ ଏକ ଶହ ଅଠାଇଶ ଜଣ ।

24ଅସ୍ମାବତର ସନ୍ତାନ ବୟାଳିଶ ଜଣ ।

25କିରୀୟତ୍‍-ୟାରିମ୍‍ ଓ କଫୀରା ଓ ବେରୋତର ସନ୍ତାନ ସାତ ଶହ ତେୟାଳିଶ ଜଣ ।

26ରାମାର ଓ ଗେବାର ସନ୍ତାନ ଛଅ ଶହ ଏକୋଇଶ୍‍ ଜଣ ।

27ମିକ୍‍ମସର ଲୋକ ଏକ ଶହ ବାଇଶ ଜଣ ।

28ବୈଥେଲ୍‍ର ଓ ଅୟର ଲୋକ ଦୁଇ ଶହ ତେଇଶ ଜଣ ।

29ନବୋର ସନ୍ତାନ ବାବନ ଜଣ ।

30ମଗ୍‍ବୀଶର ସନ୍ତାନ ଏକ ଶହ ଛପନ ଜଣ ।

31ଅନ୍ୟ ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ ।

32ହାରୀମର ସନ୍ତାନ ତିନି ଶହ କୋଡ଼ିଏ ଜଣ ।

33ଲୋଦ୍‍ ଓ ହାଦୀଦ୍‍ ଓ ଓନୋର ସନ୍ତାନ ସାତ ଶହ ପଚିଶ ଜଣ ।

34ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ ।

35ସନାୟାର ସନ୍ତାନ ତିନି ହଜାର ଛଅ ଶହ ତିରିଶ ଜଣ ।

36ଯାଜକମାନଙ୍କ ସଂଖ୍ୟା; ଯେଶୂୟ-ବଂଶଜ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ ।

37ଇମ୍ମେରର ସନ୍ତାନ ଏକ ହଜାର ବାବନ ଜଣ ।

38ପଶହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ ।

39ହାରୀମର ସନ୍ତାନ ଏକ ହଜାର ସତର ଜଣ ।

40ଲେବୀୟମାନଙ୍କ ସଂଖ୍ୟା; ହୋଦବୀୟର ସନ୍ତାନମାନଙ୍କ ମଧ୍ୟରୁ ଯେଶୂୟ ଓ କଦ୍‍ମୀୟେଲର ସନ୍ତାନ ଚଉସ୍ତରି ଜଣ ।

41ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠାଇଶ ଜଣ ।

42ଦ୍ୱାରପାଳମାନଙ୍କ ସନ୍ତାନଗଣର ସଂଖ୍ୟା; ଶଲ୍ଲୁମର ସନ୍ତାନ, ଆଟରର ସନ୍ତାନ, ଟଲମୋନର ସନ୍ତାନ, ଅକ୍‍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ, ସର୍ବସୁଦ୍ଧା ଏକ ଶହ ଅଣଚାଳିଶ ଜଣ ।

43ନଥୀନୀୟ ଲୋକମାନେ; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;

44କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;

45ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଅକ୍‍କୂବର ସନ୍ତାନଗଣ;

46ହାଗାବର ସନ୍ତାନଗଣ, ଶମ୍‍ଲୟର ସନ୍ତାନଗଣ, ହାନନର ସନ୍ତାନଗଣ;

47ଗଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ରାୟାର ସନ୍ତାନଗଣ;

48ରତ୍‍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ, ଗସମର ସନ୍ତାନଗଣ;

49ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ, ବେଷୟର ସନ୍ତାନଗଣ;

50ଅସ୍ନାର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ;

51ବକ୍‍ବୁକର ସନ୍ତାନଗଣ, ହକୁଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;

52ବସ୍‍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;

53ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;

54ନତ୍‍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ ।

55ଶଲୋମନର ଦାସମାନଙ୍କ ସନ୍ତାନଗଣ; ସୋଟୟର ସନ୍ତାନଗଣ, ହସୋଫେରତର ସନ୍ତାନଗଣ, ପରୁଦାର ସନ୍ତାନଗଣ;

56ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;

57ଶଫଟୀୟର ସନ୍ତାନଗଣ, ହଟୀଲର ସନ୍ତାନଗଣ, ପୋଖେରତ୍‍-ହତ୍‍ସବାୟିମର ସନ୍ତାନଗଣ, ଆମୀର ସନ୍ତାନଗଣ;

58ନଥୀନୀୟ ଲୋକମାନେ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣ ସର୍ବସୁଦ୍ଧା ତିନି ଶହ ବୟାନବେ ଜଣ ।

59ପୁଣି ତେଲ୍‍-ମେଲହ, ତେଲ୍‍-ହର୍ଶା, କରୁବ, ଅଦ୍ଦନ୍‍ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,

60ଦଲାୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବାବନ ଜଣ ।

61ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ହବାୟର ସନ୍ତାନଗଣ, ହକୋସର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା ।

62ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ ; ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ ।

63ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ କୌଣସି ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ ।

64ଆଉ, ଏକତ୍ରୀକୃତ ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ ଥିଲେ ।

65ଏହା ଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ । ଆହୁରି, ସେମାନଙ୍କର ଦୁଇ ଶହ ଗାୟକ ଗାୟିକା ଥିଲେ ।

66ସେମାନଙ୍କର ସାତ ଶହ ଛତିଶ ଅଶ୍ୱ; ଦୁଇ ଶହ ପଞ୍ଚଚାଳିଶ ଖଚର;

67ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗର୍ଦ୍ଦଭ ଥିଲେ ।

68ଏଥିଉତ୍ତାରେ ପିତୃବଂଶୀୟ କେତେକ ପ୍ରଧାନ ଲୋକ ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହରେ ଉପସ୍ଥିତ ହୁଅନ୍ତେ, ପରମେଶ୍ୱରଙ୍କର ସେହି ଗୃହ ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ଵେଚ୍ଛାପୂର୍ବକ ଦାନ କଲେ ।

69ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ଡାରରେ ଏକଷଠି ହଜାର ଡ୍ରାକ୍‌ମା (ଗ୍ରୀସ୍‌ଦେଶୀୟ ମୁଦ୍ରା) ସ୍ୱର୍ଣ୍ଣମୁଦ୍ରା ଓ ପାଞ୍ଚ ହଜାର ପାଉଣ୍ଡ ରୂପା ଓ ଯାଜକମାନଙ୍କ ନିମନ୍ତେ ଏକ ଶହ ବସ୍ତ୍ର ଦେଲେ ।

70ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ ।



 <<  Ezra 2 >> 


Bible2india.com
© 2010-2024
Help
Single Panel

Laporan Masalah/Saran